Author: Ayesha Debnath

Utkal Divas: ବିଶ୍ୱ ଓଡ଼ିଆ ପରିବାର ତରଫରୁ ଉତ୍କଳ ଦିବସ ଉପଲକ୍ଷେ ଏକ କର୍ମଶାଳା ଭିନ୍ନ ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି। ଯାହାର ଶୀର୍ଷକ ଥିଲା ‘ଶିକ୍ଷା ବିକାଶର ବାତାୟନ’ ପ୍ରଜ୍ଞାନ। ଏହି କର୍ମଶାଳାରେ ବିକଶିତ ଓଡ଼ିଶାର-୨୦୩୬ର ସଫଳତା ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟର ଶିକ୍ଷା ବିଭାଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ବିକଶିତ ଓଡ଼ିଶା ପାଇଁ ସରକାର ବହୁ ସୁଚିନ୍ତିତ ଯୋଜନା ଓ ପଦକ୍ଷେପ ନେଉଛନ୍ତି। ଏହି ଆଭିମୁଖ୍ୟକୁ ସଫଳ କରିବା ପାଇଁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ବୁଦ୍ଧିଜିବୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ଓଡ଼ିଶାର ବିକାଶ ଦିଗରେ ଶିକ୍ଷା ବ୍ୟବସ୍ଥା କିଭଳି ସହାୟକ ହେବ ତାହା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ। ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ପ୍ରାଧ୍ୟାପକ ଗୌରାଙ୍ଗ ଚରଣ ନନ୍ଦ କହିଥିଲେ ଯେ,…

Read More