Author: Ayesha Debnath

Trump tariffs: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ, କାନାଡା, ମେକ୍ସିକୋ, ଭିଏତନାମ, ତାଇୱାନ, ଥାଇଲ୍ୟାଣ୍ଡ ଏବଂ ବାଂଲାଦେଶ ସମେତ ଅନେକ ଏସୀୟ ଦେଶ ଉପରେ ‘ରେସିପ୍ରୋକାଲ ଟାରିଫ୍’ ଲଗାଇବା ଦ୍ୱାରା ଭାରତ ପାଇଁ ବୈଶ୍ୱିକ ବ୍ୟାପାର ଏବଂ ଉତ୍ପାଦନ କ୍ଷେତ୍ରରେ ନିଜର ସ୍ଥିତିକୁ ମଜବୁତ କରିବାର ଏକ ସୁଯୋଗ ମିଳିଛି। ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ଭାରତ ପାଇଁ ଅନେକ ସୁଯୋଗ ସୃଷ୍ଟି କରିପାରେ। ଭାରତର ରପ୍ତାନି ପାଇଁ ଆମେରିକା ହେଉଛି ପ୍ରମୁଖ ଗନ୍ତବ୍ୟ ବଜାର। ଭାରତର ମୋଟ ରପ୍ତାନି ହେଉଥିବା ସାମଗ୍ରୀର ୧୮ ପ୍ରତିଶତ ଆମେରିକାକୁ ଯାଇଥାଏ। ମୋବାଇଲ୍ ଫୋନ୍ ସମେତ ଇଲେକ୍ଟ୍ରିକ୍ ମେସିନାରୀ ଏବଂ ଉପକରଣ ସାମଗ୍ରୀ ଭାରତରୁ ରପ୍ତାନି ହେଉଥିବା ମୁଖ୍ୟ ଜିନିଷ। ଏହା ପରେ ରତ୍ନ ଓ ଅଳଙ୍କାର, ଔଷଧ ଉତ୍ପାଦ, ପରମାଣୁ ରିଆକ୍ଟର ଏବଂ ଉପକରଣ, ଏବଂ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକର ସ୍ଥାନ ରହିଛି। ଚୀନର ବିକଳ୍ପ ହୋଇପାରେ ଟ୍ରମ୍ପ ଚୀନ ଉପରେ ୩୪ ପ୍ରତିଶତ…

Read More