Author: Ayesha Debnath

Weather Update: ଆଗାମୀ ଦିନରେ ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଥିବାରୁ ଓଡ଼ିଶାବାସୀ ନିଜକୁ ପ୍ରସ୍ତୁତ କରିବା ଦରକାର। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ଛୁଇଁପାରେ, ସେଠାରେ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଅଞ୍ଚଳର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଅନୁଭୂତ ହେବାର ସମ୍ଭାବନା ରହିଛି, ଯାହା କି ୪୦ ଡିଗ୍ରୀ ସୀମାରେ ପହଞ୍ଚିବ। ବଜ୍ରପାତ ଓ ବର୍ଷା ରିଲିଫ ତେବେ ପ୍ରାକ୍ ମୌସୁମୀ ବଜ୍ରପାତ ଯୋଗୁଁ ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ବର୍ଷା ଓ ପବନ ବହିବାର ସମ୍ଭାବନା ଥିବାରୁ କେତେକ ଅଞ୍ଚଳକୁ କିଛିଟା ଆଶ୍ୱସ୍ତି ମିଳିପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର…

Read More