Author: Ayesha Debnath

Pakistan: ନିକଟରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପ୍ରତିଶୋଧ ଭୟରେ ପାକିସ୍ତାନୀ ସେନା ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଅନେକ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଖାଲି କରିବା ସହ ଆତଙ୍କବାଦୀମାନଙ୍କୁ ସେନା ଆଶ୍ରୟସ୍ଥଳୀ ଓ ବଙ୍କରକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି ବୋଲି ଗୁଇନ୍ଦା ସୂତ୍ରରୁ ଇଣ୍ଡିଆ ଟୁଡେ ଟିଭିକୁ ସୂଚନା ମିଳିଛି। ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଏକାଧିକ ସକ୍ରିୟ ଲଞ୍ଚପ୍ୟାଡ୍ ଚିହ୍ନଟ କରିବାର କିଛି ସମୟ ପରେ ଆତଙ୍କବାଦୀଙ୍କ ସ୍ଥାନ ପରିବର୍ତ୍ତନ କରାଯାଇଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଧିକୃତ କଶ୍ମୀରର କେଲ, ସାର୍ଦି, ଦୁଧନିଆଲ, ଆଥମୁକମ୍, ଜୁରା, ଲିପା, ପଚିବନ, ଫରୱାର୍ଡ କହୁଟା, କୋଟଲି, ଖୁଇରଟ୍ଟା, ମନ୍ଧର, ନିକିଲ, ଚମନକୋଟ ଓ ଜାନକୋଟ ଭଳି ପ୍ରମୁଖ ସ୍ଥାନରୁ ଆତଙ୍କବାଦୀଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି ଲଞ୍ଚପ୍ୟାଡ୍ ପାରମ୍ପରିକ ଭାବେ ଗୁରୁତ୍ୱପୂର୍ଣ୍ଣ ହବ୍ ଭାବେ କାର୍ଯ୍ୟ କରିଆସୁଛି ଯେଉଁଠାରେ ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା (ଏଲ୍ଓସି) ଅତିକ୍ରମ କରି…

Read More