Author: Ayesha Debnath

Grey Hair: ସମୟ ପୂର୍ବରୁ ଚୁଟି ବା କେଶ ପାଚିବା ଏକ ସାଧାରଣ ସମସ୍ୟା ପାଲଟିଛି । ତେବେ ଏହାର ଅନେକ କାରଣ ହୋଇପାରେ। ଲୌହ, କ୍ୟାଲସିୟମ୍, ତମ୍ବା, ଫୋଲିକ୍ ଏସିଡ୍, ଭିଟାମିନ୍ ବି୧୨ର ଅଭାବ ହେତୁ କେଶ ଅକାଳରେ ଧୂସର ହେବାକୁ ଲାଗେ। ଯଦି ଆପଣଙ୍କର କେଶ ବୟସ ପୂର୍ବରୁ ଧୂସର ରଙ୍ଗ ହେବାକୁ ଆରମ୍ଭ କରିଛି, ତେବେ ପ୍ରଥମେ ଆପଣଙ୍କ ଶରୀରରେ ଭିଟାମିନ୍ ର ଅଭାବ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ । ଉପଯୁକ୍ତ ଖାଦ୍ୟ ଏବଂ ସପ୍ଲିମେଣ୍ଟ ଗ୍ରହଣ କରି ଭିଟାମିନ୍ ଅଭାବ ସହଜରେ କ୍ଷତିପୂରଣ ହୋଇପାରିବ। ଚୁଟି ପାଚିବା ଏକ ପ୍ରାକୃତିକ ପ୍ରକ୍ରିୟା । ସାଧାରଣତଃ ବୟସ ବଢିବା ସହ ସବୁ ଲୋକଙ୍କ ଚୁଟି ପାଚିଥାଏ । କିନ୍ତୁ ଏବେ କମ୍ ବୟସରୁ ଯୁବକ/ଯୁବତୀଙ୍କ ଚୁଟି ପାଚି ଯାଉଥିବାର ଦେଖାଯାଉଛି । ଏମିତିକି କଲେଜ ପଢୁଆ ପିଲାମାନେ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି…

Read More