Author: NAZMEEN PARWEEN

ପାଞ୍ଚଟି ରାଜ୍ୟରେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଦେଶର ବିପକ୍ଷ ରାଜନୀତି ନୂଆ ଏକ ଚର୍ଚ୍ଚାରେ ସରଗରମ। ଏହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି କଂଗ୍ରେସ ନେତୃତ୍ୱ ଏବଂ ବିଶେଷକରି ରାହୁଲ ଗାନ୍ଧି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଏକ ଲେଖା ଏବେ ବିପକ୍ଷ ରାଜନୀତିରେ ନୂଆ ପ୍ରଶ୍ନ ଉଠାଇଛି— ଇଣ୍ଡି ମେଣ୍ଟର ନେତୃତ୍ୱ କିଏ ନେବେ? କଂଗ୍ରେସ କି ଏକାଧିକାର ରଖିବ, ନା ଆଞ୍ଚଳିକ ନେତାଙ୍କୁ ଆଗକୁ ଆଣିବ? ସଞ୍ଜୟ ବାରୁ ତାଙ୍କ ଲେଖାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କୁ “ଆତ୍ମନିର୍ମିତ ନେତା” ଭାବେ ବର୍ଣ୍ଣନା କରି, ତାଙ୍କୁ ଇଣ୍ଡି ମେଣ୍ଟର ନେତୃତ୍ୱ ପାଇଁ ଯୋଗ୍ୟ ମନେ କରିଛନ୍ତି। ଏହି ବୟାନ ଏମିତି ସମୟରେ ଆସିଛି, ଯେତେବେଳେ କଂଗ୍ରେସ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିରୋଧରେ ଏକାକୀ ଲଢ଼ିବା ପ୍ରସ୍ତୁତିରେ। ପ୍ରଶ୍ନ ହେଉଛି— ଏହା କେବଳ ବ୍ୟକ୍ତିଗତ ମତ, ନା ବିପକ୍ଷ ରାଜନୀତିର ଏକ ଗଭୀର…

Read More