Author: NAZMEEN PARWEEN

ଭୁବନେଶ୍ୱର ଜଗଦୀଶ ମହାନ୍ତିଙ୍କ ଗପ ପଢ଼ିବା ବେଳେ ଲାଗେନାହିଁ ଯେ ଆମେ ଗପ ପଢ଼ୁଛୁ, ବରଂ ଲାଗେ ଯେମିତି ଆମେ ଅତିପରିଚିତ କେଉଁ ଲୋକ ସହ କଥାବାର୍ତ୍ତା କରୁଛୁ। କାରଣ ସାଧାରଣ କଥୋପକଥନ ଭଙ୍ଗୀରେ ତାଙ୍କର ସାହିତ୍ୟ ରଚିତ। ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ଅବସରରେ ଯୋଗଦେଇ ଅତିଥିଗଣ ଏପରି ମତ ଦେଇଛନ୍ତି। ଓଡ଼ିଆ କଥାସାହିତ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ୱୀ କଥାକାର ଭାବେ ପରିଚିତ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ସତ୍ୟ ମିଶ୍ର ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସୃଜନକୃତି ଓ ଜୀବନଚର୍ଯ୍ୟା ଉପରେ ସବିଶେଷ ଆଲୋଚନା କରିଥିଲେ। ଏହି ଅବସରରେ ବିଶିଷ୍ଟ ଗାଳ୍ପିକା ସୁପ୍ରିୟା ପଣ୍ଡାଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଜଗଦୀଶ କଥା ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ଓ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା। ସେହିପରି ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ…

Read More