Author: NAZMEEN PARWEEN

ଭାରତର ଭୌଗୋଳିକ ମାନଚିତ୍ରକୁ ଯଦି ଧ୍ୟାନ ସ‌ହିତ ଦେଖାଯାଏ, ତେବେ ସହଜରେ ଅନୁଭବ କରାଯିବ ଯେ ପୂର୍ବ ଉପକୂଳରେ ଥିବା ଓଡ଼ିଶା କେବଳ ଏକ ସାଧାରଣ ରାଜ୍ୟ ନୁହେଁ, ଏହା ଧୀରେ ଧୀରେ ଭାରତର ରଣନୀତିକ ଶକ୍ତିର କେନ୍ଦ୍ରବିନ୍ଦୁରେ ପରିଣତ ହେଉଛି। ଯେଉଁ ରାଜ୍ୟ କେବେ ବନ୍ୟା, ବାତ୍ୟା ଓ ଦାରିଦ୍ର୍ୟର ପରିଚୟ ସ‌ହିତ ଜଡ଼ିତ ଥିଲା, ସେଇ ରାଜ୍ୟ ଆଜି ଭାରତର ଆର୍ଥିକ, ସାମରିକ ଓ ଭୌଗୋଳିକ ରାଜନୀତିରେ ଏକ ନୂଆ ଅଧ୍ୟାୟ ଲେଖୁଛି। ପ୍ରଶ୍ନ ହେଉଛି—ଓଡ଼ିଶାରେ ଏମିତି କ’ଣ ଅଛି, ଯାହା ଆଜି ଏହାକୁ ଦେଶର ଏକ ରଣନୀତିକ ଧୂର୍ବରେ ପରିଣତ କରୁଛି? କାହିଁକି ଭାରତ ସରକାର, ଭାରତୀୟ ନୌସେନା ଓ ବିଶ୍ୱର ଅନେକ ଶକ୍ତିଶାଳୀ ଦେଶ ଏହି ରାଜ୍ୟକୁ ନୂଆ ଦୃଷ୍ଟିରେ ଦେଖୁଛନ୍ତି? ଏହା କେବଳ ଅର୍ଥନୈତିକ ବୃଦ୍ଧିର ପ୍ରଶ୍ନ ନୁହେଁ, ଏହା ଭାରତର ଭବିଷ୍ୟତ ସୁରକ୍ଷା ଓ ବିଶ୍ୱ ରାଜନୀତିରେ ତାହାର ଅବସ୍ଥାନ ସ‌ହିତ ସମ୍ପୃକ୍ତ।…

Read More