Author: Aradhana

ଦେଇପାରିବେ ଲୋକେ ମତାମତ  ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ରେଜିଷ୍ଟରରେ ଦରଜ କରିପାରିବେ । ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରାଜସ୍ୱ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଗଲେ ଲୋକମାନଙ୍କର ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହାସହିତ ରାଜ୍ୟରେ ତହସିଲଗୁଡ଼ିକରେ ପଡ଼ିରହିଥିବା ମ୍ୟୁଟେସନ୍ ମାମଲାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ଓ ପଟ୍ଟାରେ ଥିବା ପ୍ରଜାଙ୍କ ନାମ ଉତ୍ତରାଧିକାରୀଙ୍କ ନାଁରେ ସଂଶୋଧନ କରିବାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଅନୁଷ୍ଠାନମାନଙ୍କୁ ଯେଉଁ ସରକାରୀ ଜମି ଲିଜ୍ ଆକାରରେ ଦିଆଯାଇଛି। ତାକୁ ଯଦି ସେମାନେ ସଠିକ୍ ବ୍ୟବହାର କରୁନାହାନ୍ତି ତା’ହେଲେ ସେହି ଜମିକୁ ସରକାର ଫେରାଇନେବେ ବୋଲି ମନ୍ତ୍ରୀ ଶ୍ରୀ…

Read More