Author: Aradhana

ଅକ୍ଟୋବର ସରି ନଭେମ୍ବର ମାସର ପ୍ରଥମ ସପ୍ତାହ ବି ଶେଷ ହୋଇଛି। କିନ୍ତୁ ଶୀତର ଦେଖା ନାହିଁ। ପୂବରୁ ଦଶହରା ପୂଜା ଓ କୁଅଁାର ପୁନେଇଁ ଭିତରେ ଶୀତ ଚାଲି ଆସୁଥଲା। ଗତ କିଛି ବଷ ହେଲା ଶୀତ ଆଉ ଠିକ ସମୟରେ ଆସୁନାହିଁ। କେବେ କେବେ ଡେରିରେ ଆସିଲେ ବି ଛାତି ଥରାଇ ଦେଉଛି। ଆଉ ବିଳମ୍ବରେ ମଧ୍ୟ ଯାଉଛି। କେବେ ସହଳ ବି ଚାଲିଯାଉଛି। ଗୋଟିଏ ସପ୍ତାହ ପରେ କାର୍ତ୍ତିକ ସରିବ, କିନ୍ତୁ କାର୍ତ୍ତିକର ଶୀତ ଏପର୍ଯ୍ୟନ୍ତ ଅନୁଭୂତ ହୋଇନାହିଁ। ପାହାଡ଼ିଆ ଅଞ୍ଚଳ ସେମିଳିଗୁଡ଼ା, ଦାରିଙ୍ଗବାଡ଼ି ଏବଂ ଜି.ଉଦୟଗିରିର କିଛି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମିବା ସହ ଶୀତ ପଡ଼ିଥିଲେ ବି ଏବେ ପୁଣି ପାରଦ ବଢ଼ିଲାଣି। ଉତ୍ତର ଭାରତରୁ ଏପର୍ଯ୍ୟନ୍ତ ଓଡ଼ିଶାକୁ ଥଣ୍ଡା ପବନ ଆସିନାହିଁ। ଜଳବାୟୁ ପରିବର୍ତ୍ତନ ଏବଂ ମୌସୁମୀ ବାୟୁ ଫେରିଯିବା ପରେ ବାତ୍ୟା ଓ ବର୍ଷା ପ୍ରଭାବରୁ ଚଳିତ ବର୍ଷ ଶୀତ ଆସିବା…

Read More