Author: NAZMEEN PARWEEN

ବର୍ତ୍ତମାନ ଚାଲୁଥିବା ଟି–୨୦ ବିଶ୍ୱକପରେ ଭାରତ ହାତରୁ ୬୧ ରନର ଭାରି ପରାଜୟ ପାକିସ୍ତାନୀ କ୍ରିକେଟ ସମୀକ୍ଷକ ଓ ଦର୍ଶକମାନେ ଖେଳୀଳୀମାନଙ୍କୁ କଡ଼ା ଭାଷାରେ ନିରନ୍ତର ସମାଲୋଚନା କରିବାରେ ଲାଗିଛନ୍ତି। ଭାରତ–ପାକିସ୍ତାନ ମ୍ୟାଚ୍ କେବଳ ଏକ ଖେଳ ନୁହେଁ; ଏହା ଏକ ଭାବନା, ଏକ ଜାତୀୟ ସମ୍ମାନର ପ୍ରଶ୍ନ। ସେହିପରି ମଞ୍ଚରେ ଏପରି ଦୟନୀୟ ପରାଜୟ ପରେ ଇସ୍ଲାମାବାଦରୁ କରାଚି ପର୍ଯ୍ୟନ୍ତ ଟିଭି ଷ୍ଟୁଡିଓ, ସୋସିଆଲ୍ ମିଡିଆ ଓ କ୍ରିକେଟ ବିଶ୍ଳେଷଣ କକ୍ଷରେ ଯାହା ଦେଖାଗଲା, ତାହା ହେଉଛି କଠୋର ସମାଲୋଚନା। ଏହି ସମାଲୋଚନା ମଧ୍ୟରେ ଏକ ନୂଆ ଅଭିଯୋଗ ଉଠିଛି— ପାକିସ୍ତାନ ଦଳ “ପୁରୁଣା କ୍ରିକେଟ ଖେଳାଳୀଙ୍କ ଜ୍ୱାଇଁମାନଙ୍କ କବଜାରେ” ରହିଛି। ଅର୍ଥାତ୍, ପୂର୍ବତନ ଦିଗ୍‌ଗଜ ଖେଳାଳୀଙ୍କ ସହ ପାରିବାରିକ ସମ୍ପର୍କ ଥିବା କ୍ରିକେଟରମାନେ ଦଳରେ ସୁରକ୍ଷିତ ସ୍ଥାନ ଭୋଗ କରୁଛନ୍ତି ଏବଂ ଆଶାନୁରୂପ ପ୍ରଦର୍ଶନ ନ କଲେ ମଧ୍ୟ ସେମାନଙ୍କୁ ବାହାର କରାଯାଉ ନାହିଁ। ଏହି ଅଭିଯୋଗ କେତେଦୂର…

Read More