Author: NAZMEEN PARWEEN

ବୋଧେହୁଏ ଦୁନିଆରେ ଏମିତି କୌଣସି ଦେଶ ନଥିବ, ଯେଉଁଠାରେ ମଶା ଲୋକମାନଙ୍କର ନିଦ ଉଡ଼ାଇ ନଥିବେ। କେବେ ରାତିର ନିଦ ନଷ୍ଟ, ତ ଆଉ କେବେ ବିଭିନ୍ନ ରୋଗର ଆଶଙ୍କା ବଢ଼ାଇ ଦିଅନ୍ତି ଏହି ମଶା। କିନ୍ତୁ ଆପଣ କେବେ ଭାବିଛନ୍ତି କି—ପୂର୍ବପେକ୍ଷା ଏବେ ମଶା କାହିଁକି ମନୁଷ୍ୟଙ୍କୁ ଅଧିକ କାମୁଡୁଛନ୍ତି ? ବୈଜ୍ଞାନିକମାନଙ୍କ ନୂଆ ଗବେଷଣା କହୁଛି ଯେ ମଶାଙ୍କ ଦ୍ୱାରା ମନୁଷ୍ୟକୁ କାମୁଡିବା କୌଣସି ସଯୋଗ ନୁହେଁ। ବ୍ରାଜିଲର ଜଙ୍ଗଲରେ କରାଯାଇଥିବା ଅଧ୍ୟୟନ ବ୍ରାଜିଲରେ ହୋଇଥିବା ଏକ ନୂଆ ଗବେଷଣାରୁ ପ୍ରକାଶ ଯେ, ଯେପରି ଜୀବ ବିବିଧତା (ବାୟୋଡାଇଭର୍ସିଟି) କମୁଛି, ସେପରି ମଶା ମନୁଷ୍ୟ ରକ୍ତ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। ଯେପରି ଜଙ୍ଗଲ ଧ୍ୱଂସ ହେଉଛି, ପଶୁମାନେ କମୁଛନ୍ତି, ସେପରି ମଶା ମନୁଷ୍ୟଙ୍କୁ ନିଜର ସହଜ ଶିକାର ଭାବେ ଗ୍ରହଣ କରୁଛନ୍ତି। ଫେଡେରାଲ୍‌ ୟୁନିଭର୍ସିଟି ଅଫ୍‌ ରିଓ ଡି ଜାନେରିଓ ଏବଂ ଓସ୍ୱାଲ୍ଡୋ କ୍ରୁଜ୍‌ ଇନ୍‌ଷ୍ଟିଟ୍ୟୁଟ୍‌ର ବୈଜ୍ଞାନିକମାନେ…

Read More