Author: NAZMEEN PARWEEN

ରାଜନୀତିରେ ସବୁ ଘଟଣାର ପଛରେ ସବୁବେଳେ ତଥ୍ୟ, ତର୍କ ଓ ଯୁକ୍ତି ଥାଏ—ଏହା ଗୋଟିଏ ଆଦର୍ଶ ଧାରଣା। ବାସ୍ତବରେ କିନ୍ତୁ ରାଜନୀତି ଅନେକ ସମୟରେ ମନୋବୃତ୍ତି, ସନ୍ଦେହ, ଭୟ ଓ ଆତ୍ମରକ୍ଷାର ମିଶ୍ରଣ। ଓଡ଼ିଶାର ସବୁଠାରୁ ସଫଳ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଏହି ମନୋବୃତ୍ତିଜନିତ ଏକ ରୋଗରେ ଦୀର୍ଘ ଦିନ ଧରି ପୀଡ଼ିତ—ଯାହାକୁ ଦଳୀୟ ମହଲରେ ଅନେକେ “ସନ୍ଦେହ ରୋଗ” ବୋଲି କହନ୍ତି। ଏହି ରୋଗର ମୂଳ ଉତ୍ସ ଓ ମୁଖ୍ୟ ବାହକ ଭାବେ ଯାହାଙ୍କ ନାଁ ସବୁବେଳେ ଉଠେ, ସେ ହେଲେ ନବୀନ ପଟ୍ଟନାୟକ। ବିଜେଡି ସ୍ଥାପନାର ତିନିବର୍ଷ ମଧ୍ୟରେ ଯେଉଁ ସନ୍ଦେହବାଦ ତାଙ୍କ ରାଜନୀତିର ଅଂଶ ହୋଇଥିଲା, ସେହି ସନ୍ଦେହ ଆଜି—୨୦୨୪ ନିର୍ବାଚନ ପରାଜୟ ପରେ—ଆଉ ଅଧିକ ସ୍ପଷ୍ଟ ଭାବେ ପୁଣି ଦେଖାଦେଉଛି। ଗତକାଲି ଚମ୍ପୁଆର ବିଧାୟକ ସନାତନ ମହାକୁଡ଼ଙ୍କ ନିଲମ୍ବନ ଆଦେଶ ଏହି ପୁରୁଣା ରୋଗ ଏବେ ବି ତାଜା ଅଛି ବୋଲି ଏକ…

Read More