Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ଏମିତି କିଛି ନେତା ଅଛନ୍ତି; ଯାହାଙ୍କ ନାଁ ଉଚ୍ଚାରଣ ହେବା ମାତ୍ରେ ବିଜେଡି ଶିବିରର ଅସ୍ଥିରତା ବଢ଼ି ଯାଏ। ସେମାନଙ୍କ ମଧ୍ୟରେ ଗୋଟିଏ ନାଁ—ଦିଲ୍ଲୀପ ରାୟ। ଏହି ନାଁ ସହିତ ଯୋଡ଼ି ହୋଇ ରହିଛି ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ, ଭୋଟ ଗଣିତ ଓଲଟପାଲଟ କରିବା ଏବଂ “ଶେଷ ମୁହୂର୍ତ୍ତର ବାଜିଗର”। ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ ରାଜନୀତିକ ମନୋବୃତ୍ତି ଓ ରଣନୀତିକୁ ଯଦି ବୁଝିବାକୁ ହୁଏ, ତେବେ ଭୟ—କେବଳ ଭାବନା ନୁହେଁ; ଏକ ଗଣିତ, ଏକ ଆଶଙ୍କା, ଏକ ଅନୁଭବ। ଦିଲ୍ଲୀପ ରାୟ: ଦଳ ବଦଳ ନୁହେଁ, ଖେଳ ବଦଳରେ ମାହିର ନେତା ଦିଲ୍ଲୀପ ରାୟଙ୍କ ରାଜନୀତିକ ଯାତ୍ରାକୁ ସାଧାରଣ “ପାର୍ଟି–ହପିଂ” ବୋଲି ଖାରଜ କରିଦେବା ଭୁଲ। ପ୍ରଥମେ ଜନତା ଦଳରୁ ବିଜୁ ପଟ୍ଟନାୟକଙ୍କ ଆଶିର୍ବାଦରୁ ରାଜନୀତି ଆରମ୍ଭ, ପରେ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି—ସମସ୍ତ ଶିବିର ଦେଖିଥିବା ଏହି ନେତା ଅସଲରେ ଦଳ ନୁହେଁ,…

Read More