Author: NAZMEEN PARWEEN

ଭାରତୀୟ ପ୍ରତିଯୋଗିତା କମିଶନ (ସିସିଆଇ) ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ (ବିପିଏସଏଲ), ଜେଏସଡବ୍ଲୁ ସମ୍ବଲପୁର ଷ୍ଟିଲ ଲିମିଟେଡ଼, ଜେଏଫଇ ଷ୍ଟିଲ କର୍ପୋରେସନ ଏବଂ ଜେଏସଡବ୍ଲୁ କଳିଙ୍ଗ ଷ୍ଟିଲ ଲିମିଟେଡ଼ ସହିତ ପ୍ରସ୍ତାବିତ ମିଶ୍ରଣକୁ ଅନୁମୋଦନ କରିଛି। ଅନୁମୋଦିତ ପ୍ରସ୍ତାବ ଅନୁଯାୟୀ, ବିପିଏସଏଲ ର ଇସ୍ପାତ ବ୍ୟବସାୟ ଏକ ସ୍ଲମ୍ପ ବିକ୍ରୟ ମାଧ୍ୟମରେ ଜେଏସଡବ୍ଲୁ ସମ୍ବଲପୁର ଷ୍ଟିଲ୍ ଲିମିଟେଡକୁ ସ୍ଥାନାନ୍ତରିତ କରାଯିବ। ଏହା ସହିତ, ଜେଏଫଇ ଷ୍ଟିଲ କର୍ପୋରେସନ ଜେଏସଡବ୍ଲୁ କଳିଙ୍ଗ ଷ୍ଟିଲ୍ ଲିମିଟେଡରେ ୫୦ ପ୍ରତିଶତ ପ୍ରତ୍ୟକ୍ଷ ଅଂଶଧନ ଅଧିଗ୍ରହଣ କରିବ, ଯାହା ଫଳରେ ଜେଏସଡବ୍ଲୁ ସମ୍ବଲପୁର ଷ୍ଟିଲ୍ ଲିମିଟେଡରେ ଜେଏଫଇ ଦ୍ୱାରା ୫୦ ପ୍ରତିଶତ ଅଂଶଧନର ପରୋକ୍ଷ ଅଧିଗ୍ରହଣ ହେବ। କାରବାର ପରେ, ଜେଏସଡବ୍ଲୁ କଳିଙ୍ଗ ଷ୍ଟିଲ୍ ଲିମିଟେଡ୍, ଏବଂ ପରୋକ୍ଷ ଭାବରେ ଜେଏସଡବ୍ଲୁ ସମ୍ବଲପୁର ଷ୍ଟିଲ୍ ଲିମିଟେଡ୍, ଜେଏଫଇ ଷ୍ଟିଲ୍ କର୍ପୋରେସନ୍ ଏବଂ ଜେଏସଡବ୍ଲୁ ଷ୍ଟିଲ୍ ଲିମିଟେଡ୍ ମଧ୍ୟରେ ୫୦:୫୦ ମିଳିତ ଉଦ୍ୟୋଗରେ ପରିଚାଳିତ ହେବ। ଜେଏଫଇ…

Read More