Author: NAZMEEN PARWEEN

ରାଜ୍ୟସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ଆଧିକାରିକ ବିଜ୍ଞପ୍ତି ଜାରି ହୋଇନାହିଁ। କିନ୍ତୁ ତା’ର ଆଗରୁ ହିଁ ଓଡ଼ିଶାର ରାଜନୀତିକ ପରିଦୃଶ୍ୟ ଏବେଠାରୁ ଗରମ ହୋଇଉଠିଲାଣି। ମାର୍ଚ୍ଚ ମାସରେ ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କେବଳ ସଂଖ୍ୟାବଳର ଖେଳ ନୁହେଁ; ଏହା ପଞ୍ଚାୟତ–ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ୩ଟି ପ୍ରମୁଖ ଦଳ—ଶାସକ ଭାରତୀୟ ଜନତା ପାର୍ଟି, ବିରୋଧୀ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସ—ପାଇଁ ସାଂଗଠନିକ ଅସ୍ତିତ୍ୱ, ନେତୃତ୍ୱ ଓ ଭବିଷ୍ୟତ ରାଜନୀତିର ଦିଗ ନିର୍ଦ୍ଦେଶ କରୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ପରୀକ୍ଷା। ଶାସକ ବିଜେପି ‘ମିଶନ–୩’—ଅର୍ଥାତ୍ ୪ଟି ମଧ୍ୟରୁ ୩ଟି ରାଜ୍ୟସଭା ଆସନ ହାସଲ—ନେଇ ଆଗେଇଯାଉଥିବାବେଳେ, ବିରୋଧୀଙ୍କ ପାଇଁ ଏହା ଶେଷ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ଏହି ଯୁଦ୍ଧରେ ବିଜେଡିର ‘ସମଦୂରତ୍ୱ’ ରଣନୀତି ନିଜ ପାଇଁ କାଳ ପ୍ରମାଣିତ ହେବ, ନା କଂଗ୍ରେସ ସହ ଅଘୋଷିତ ମେଣ୍ଟର ନୂଆ ଅଧ୍ୟାୟ ଖୋଲିବ—ସେଥିପାଇଁ ଏବେ ସମଗ୍ର…

Read More