Author: NAZMEEN PARWEEN

ଭାରତୀୟ ରାଜନୀତିର ଚର୍ଚ୍ଚିତ ନାମ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନୂଆଦିଲ୍ଲୀର ଜବାହର ଭବନରେ ସାକ୍ଷାତ କରିଛନ୍ତି ଏଆଇସିସି ରିସର୍ଚ୍ଚ ବିଭାଗର ଜାତୀୟ ସଂଯୋଜକ ଅରୋ ପ୍ରସାଦ ମିଶ୍ର। ପ୍ରାୟ ଅଧଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଜାତୀୟ ରାଜନୀତିର ସମସାମୟିକ ପରିସ୍ଥିତିରୁ ଆରମ୍ଭ କରି ଓଡିଶାର ବର୍ତ୍ତମାନ ସାମାଜିକ-ରାଜନୈତିକ ପରିଦୃଶ୍ୟ ପର୍ଯ୍ୟନ୍ତ ବିଭିନ୍ନ ମୁଦ୍ଦା ସ୍ଥାନ ପାଇଥିଲା। ବିଶେଷ କରି ରାଜ୍ୟରେ ନୂତନ ସରକାର ଗଠନ ପରେ ଉପସ୍ଥିତ ହୋଇଥିବା ମହିଳା ନିର୍ଯାତନା ଘଟଣାବଳୀ, ଚାଷୀ ସମସ୍ୟା, ଯୁବ ନିଯୁକ୍ତି ଅଭାବ ଓ ଗ୍ରାମୀଣ ଅର୍ଥନୀତିର ଅବନତି ନେଇ ଶ୍ରୀ ମିଶ୍ର ରାହୁଲ ଗାନ୍ଧୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ସୂତ୍ରମାନଙ୍କ ଅନୁସାରେ, ଆଲୋଚନାର ପ୍ରାରମ୍ଭରେ ଶ୍ରୀ ମିଶ୍ର ଓଡିଶାର ବର୍ତ୍ତମାନ ସାମାଜିକ ପରିବେଶ ଉପରେ ନିଜ ମୂଲ୍ୟାଙ୍କନ ପ୍ରସ୍ତୁତ କରିଥିଲେ। ସେ କହିଥିଲେ ଯେ ନୂଆ ସରକାର ଆସିବା ପରେ ଲୋକମାନଙ୍କ ଆଶା ବୃଦ୍ଧି…

Read More