Author: NAZMEEN PARWEEN

ଜାଲରେ ପଡିଛି କୁମ୍ଭୀର। ରାତି ତମାମ ଅପରେସନ ପରେ ଜାଲରେ ପଡ଼ିଲା କୁମ୍ଭୀର। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରୁ ଗତକାଲି ବିଳମ୍ବିତ ରାତିରେ କୁମ୍ଭୀରଟିକୁ ଧରିଛି ବନ ବିଭାଗ। କୁମ୍ଭୀରଟିକୁ ବନ ବିଭାଗ ଧରିବା ପରେ ଭିତରକନିକା ନିଆଯାଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ୮ ଫୁଟ୍ ହେବ। ଗତକାଲି ଅପରାହ୍ନରେ କେତେକ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବାବେଳେ ହେନ୍ତାଳ ବଣ ଭିତରେ କୁମ୍ଭୀରଟି ଶୋଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ।  ଭିତରକନିକାରୁ ୧୫ ଜଣିଆ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ବିଚିତ୍ରପୁରରେ ପହଞ୍ଚି ପାଟ୍ରୋଲିଂ କରିବା ସହ ଜାଲ ବିଛାଇ ଛକି ରହିଥିଲେ। ବିଳମ୍ବିତ ରାତିରେ କୁମ୍ଭୀରଟି ଜାଲରେ ପଡ଼ିବାରୁ ଏହାକୁ ଧରିବାରେସଫଳ ହୋଇଥିଲା ବନବିଭାଗ । ତେବେ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଅଭୟାରଣ୍ୟେ କୁମ୍ଭୀରମାନଙ୍କୁ ନେଇ ସାଧାରଣ ଲୋକଙ୍କଠୁ ଅାରମ୍ଭ କରି ସରକାରଙ୍କ ମୁଣ୍ଡ ବିନ୍ଧା ବଢିଯାଇଛି। ଭିତରକନିକାରେ ଥବା କୁମ୍ଭୀରମାନେ…

Read More