Author: NAZMEEN PARWEEN
ସଞ୍ଜୟ ଦତ୍ତ ‘ଗୋନାସିକା’ ଫ୍ରାଞ୍ଚାଇଜ୍ର ବ୍ରାଣ୍ଡ୍ ଆମ୍ବାସଡର ଅଫିସିଆଲ ୱେବସାଇଟ୍ ଉନ୍ମୋଚିତ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ)ର ନୂଆ ଫ୍ରାଞ୍ଚାଇଜ ଗୋନାଶିକାର ଅଫିସିଆଲ ସଙ୍ଗୀତ ଏବଂ ୱେବସାଇଟ ଉନ୍ମୋଚିତ ହୋଇଯାଇଛି । ଏକ କାର୍ଯ୍ୟକ୍ରମରେ ଦଳର ମାଲିକ ତାରିଣୀ ପ୍ରସାଦ ମହାନ୍ତିଙ୍କ ସହ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି, ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ । ଶ୍ରୀ ତିର୍କୀ କହିଥିଲେ, ‘ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଶୁଭେଚ୍ଛା। ଏଚଆଇଲ୍ ଯୁବ ପ୍ରତିଭାବାନ ଖେଳାଳିଙ୍କ ପଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଆଗାମୀ ଦିନରେ ଆମ ରାଜ୍ୟ ସେମତ ସମଗ୍ର ଭାରତରୁ ନୂଆ ତାରକା ବାହାରିବେ। ହକି ଇଣ୍ଡିଆ ଲିଗ୍ ଖେଳାଳିଙ୍କ ସ୍ୱପ୍ନକୁ ସାକାର କରିବ। ହକିର ବିକାଶ ପାଇଁ ଏହା ଏକ ବଡ଼ ପଦେକ୍ଷପ। ଏହି ଅବସରରେ ବଲିଉଡ୍ ତାରକା ସଞ୍ଜୟ ନତ୍ତଙ୍କୁ ଦଳର ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ କରାଯାଇଥିଲା। previous article: https://purvapaksa.com/icc-champian-trophy-in-trouble/
