What's Hot
Author: NAZMEEN PARWEEN
ଔଷଧ ପ୍ରତିରୋଧୀ ନିମୋନିଆକୁ ଲକ୍ଷ୍ୟ କରି ଭାରତ ନିଜର ପ୍ରଥମ ସ୍ୱଦେଶୀ ଆଣ୍ଟିବାୟୋଟିକ୍ ନାଫିଥ୍ରୋମାଇସିନ୍ ପ୍ରଚଳନ କରିଛି। ଏହି ଔଷଧ ୧୦ ଗୁଣ ଅଧିକ ପ୍ରଭାବଶାଳୀ ଏବଂ ଆଜିଥ୍ରୋମାଇସିନ ତୁଳନାରେ ଆଠ ଗୁଣ ଅଧିକ ଫୁସଫୁସ ସଂସ୍ପର୍ଶରେ ଆସିଥାଏ । ଔଷଧ ପ୍ରତିରୋଧୀ ସଂକ୍ରମଣ ପାଇଁ ପ୍ରଥମ ସ୍ୱଦେଶୀ ଆଣ୍ଟିବାୟୋଟିକ ଲଞ୍ଚ କରିଛି ଏନଡିଆଇଏ । ‘ନାଫିଥ୍ରୋମାଇସିନ୍’ ନାମରେ ପରିଚିତ ଏହି ଔଷଧକୁ ଭାରତର ବାୟୋଟେକ୍ନୋଲୋଜି ବିଭାଗର ଏକ ୟୁନିଟ୍ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି)ର ଗବେଷକମାନେ ବିକଶିତ କରିଛନ୍ତି। ବୟସ୍କଙ୍କ ଠାରେ ଔଷଧ ପ୍ରତିରୋଧୀ କମ୍ୟୁନିଟି-ଅକ୍ୱାର୍ଡ ବ୍ୟାକ୍ଟେରିଆ ନିମୋନିଆର ଚିକିତ୍ସାରେ ବ୍ୟବହୃତ ହେଉଥିବା ନାଫିଥ୍ରୋମାଇସିନ୍ ଖୁବ୍ ଶୀଘ୍ର ମୁମ୍ବାଇର ଔଷଧ କମ୍ପାନି ଓଲକାର୍ଡ ଦ୍ୱାରା ବିତରଣ କରାଯାଇଥିବା ‘ମିକ୍ନାଫ୍’ ବ୍ରାଣ୍ଡ ନାମରେ ବଜାରରେ ଉପଲବ୍ଧ ହେବ। ପ୍ରତିବର୍ଷ ଔଷଧ ପ୍ରତିରୋଧୀ ନିମୋନିଆ ଯୋଗୁଁ ସାରା ବିଶ୍ୱରେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ। ବିଶ୍ୱର ସମୁଦାୟ…
