Author: NAZMEEN PARWEEN

Button Mushroom Benefits: ବଟନ ଆକାରର ଛତୁକୁ ବଟନ ଛତୁ କୁହାଯାଏ । ଛତୁରେ କିଛି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା କ୍ୟାନସର, ହୃଦରୋଗ ଓ ଡିମେନ୍ସିଆ ଭଳି ରୋଗ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଛତୁ ଖାଇଲେ ସ୍ୱାସ୍ଥ୍ୟକୁ ଆଶ୍ଚର୍ଯ୍ୟଜନକ ଫାଇଦା ମିଳିଥାଏ। ଛତୁ ଖାଇବାର ହଜାର ହଜାର ଫାଇଦା ଆପଣ ଶୁଣିଥିବେ, କାରଣ ଏଥିରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। ଛତୁରେ ସମସ୍ତ ଭିଟାମିନ୍ ଓ ମିନେରାଲ୍ସ ରହିଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରେ ଦାବି କରାଯାଇଛି ଯେ ଦୈନିକ ୫ଟି ବଟନ୍ ଛତୁ ଖାଇବା ଦ୍ୱାରା ହୃଦରୋଗ, କର୍କଟ ଓ ଡିମେନ୍ସିଆ ଭଳି ଗମ୍ଭୀର ରୋଗ ସହ ଲଢ଼ିବାରେ ସହାୟକ ହୋଇଥାଏ। ଏହି ଗବେଷଣାରୁ ଜଣାପଡିଛି ଯେ ଛତୁରେ ଦୁଇଟି ବିଶେଷ ଆଣ୍ଟିଅକ୍ସିଡାଣ୍ଟ ଏର୍ଗୋଥିଓନିନ୍ ଏବଂ ଗ୍ଲୁଟାଥିଓନ୍ ମିଳିଥାଏ, ଯାହା ଶରୀରରେ ‘ଫ୍ରି ରାଡିକାଲ୍’କୁ…

Read More