Author: NAZMEEN PARWEEN

ବିମାନ ଚଳାଚଳ ବିଳମ୍ବ ହେତୁ ତୁର୍କୀରୁ ବିମାନ ଉଡ଼ାଣ ଭରିବାକୁ ଥିବା ଶହ ଶହ ଇଣ୍ଡିଗୋ ଯାତ୍ରୀ ଦୀର୍ଘ ୨୪ ଘଣ୍ଟା ଧରି ଯାତ୍ରା ନକରି ଅଟକି ରହିଛନ୍ତି।ଏଥିମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଇସ୍ତାନବୁଲକୁ ସଂଯୋଗ କରୁଥିବା ଅତି କମରେ ଚାରିଟି ବିମାନର ଯାତ୍ରୀ ମଧ୍ୟ ରହିଛନ୍ତି। ଏନେଇ ଏୟାରଲାଇନ୍ସ ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜାରି କରାଯାଇଛି। ବିବୃତିରେ କୁହାଯାଇଛି ଯେ ଗ୍ରାହକଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରୁଛୁ। ସେଥିରେ ଆହୁରି ବି ଲେଖାଯାଇଛି ଯେ “ଇସ୍ତାନବୁଲ ସହିତ ଇଣ୍ଡିଗୋ ବିମାନ ସଂଯୋଗରେ ବିଳମ୍ବ ବିଷୟରେ ଆମେ ଅବଗତ ଅଛୁ। ଗ୍ରାହକଙ୍କ ସୁବିଧା ପାଇଁ ଆମେ ସର୍ବାଧିକ ପ୍ରାଧାନ୍ୟ ଦେଉଛୁ ଏବଂ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ଯୋଗାଯୋଗ ପଏଣ୍ଟରେ ଦଳ ଉପଲବ୍ଧ ଅଛି। ଗ୍ରାହକମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଇଣ୍ଡିଗୋ କ୍ଷମା ମାଗୁଛି।” ଯାତ୍ରୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ…

Read More