Author: NAZMEEN PARWEEN

ରାୟଗଡ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । ଏଠାକାର ଅଧିବାସୀଙ୍କ ଜୀବନ ଜୀବିକା କହିଲେ ଚାଷ କାମ । କିଏ ଧାନ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନ୍ୟ କିଏ ପରିବା ଓ ଅନ୍ୟାନ୍ୟ ଚାଷ କରି ନିଜର ଗୁଜରାଣ ମେଣ୍ଟାଇଥାନ୍ତି । ତେବେ ରାମାନାଗୁଡା ବ୍ଲକ ବଡ଼ ମୁନିଗାଁ ଗ୍ରାମର ଜଣେ ଯୁବ ଚାଷୀ ବୃନ୍ଦାବନ ପୁରୁଷୋତ୍ତମ ଗ୍ରାଫଟେଡ ପଦ୍ଧତିରେ ଟମାଟ ଚାଷ ସହ ଗେଣ୍ଡୁ ଫୁଲ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହୋଇପାରିଛନ୍ତି । ପୂର୍ବରୁ ଚାଷୀ ଜଣକ ଋତୁଳାଳୀନ ଚାଷ କରୁଥିଲେ କିନ୍ତୁ ୨୦୨୨ ମସିହାରେ କିଛି ଭିନ୍ନ ଚାଷ କରିବା ପାଇଁ ୟୁଟୁବର ସହାୟତା ନେଇଥିଲେ । ୟୁଟୁବ ଦେଖି କଲମି ପଦ୍ଧତିରେ ଟମାଟ ଚାଷ କରିବା ପାଇଁ ମନବଳାଇ ଆବଶ୍ୟକୀୟ ଚାରା ରାୟପୁରରୁ ଆଣିଥିଲେ । ନୂତନ ଜ୍ଞାନ କୌଶଳ ପ୍ରୟୋଗ…

Read More