Author: NAZMEEN PARWEEN

ବରଗଡ଼ରେ ଧନୁଯାତ୍ରାରେ ଭାଗ ନେଇଥିବା କଳାକାରମାନଙ୍କୁ ଚଳିତ ବର୍ଷଠାରୁ ପ୍ରଥମ ଥର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ। ବିଶ୍ୱର ସର୍ବବୃହତ ଓପନ୍ ଏୟାର ଥିଏଟରରେ ଅଭିନୟ କରୁଥିବା ୧୭୦ରୁ ଅଧିକ କଳାକାର ଏହି ସହାୟତା ଦ୍ୱାରା ଉପକୃତ ହେବେ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଧନୁଯାତ୍ରା-୨୦୨୫ରେ ଭାଗ ନେଉଥିବା ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟଙ୍କାକୁ ସେମାନେ ନିଜର ପୋଷାକ ପାଇବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମେଣ୍ଟାଇବାରେ ବ୍ୟବହାର କରିପାରିବେ । ପୂର୍ବରୁ ଏହି ଉତ୍ସବ ସହ ଜଡ଼ିତ ଥିବା କଳାକାର ଏବଂ ମୃତ୍ୟୁବରଣ କରିଥିବା କଳାକାରଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ଅନୁଦାନ କୁ ୧୦ ଲକ୍ଷ ଟଙ୍କାରୁ…

Read More