Author: NAZMEEN PARWEEN

ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଗ୍ଲୋବାଲ ଅର୍ଗାନାଇଜେସନ୍ ଅଫ୍ ଇଣ୍ଡିଆ ଓରିଜିନ୍ (ଜିଓପିଆଇଓ) କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଶିକ୍ଷା ଓ ଆଦିବାସୀ ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ପ୍ରଥମ ପିଆଇଓ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ କରିଛି। କିଟ୍-ଡିୟୁ ପକ୍ଷରୁ ମଙ୍ଗଳବାର ଆୟୋଜିତ ‘ପିଆଇଓ ଡାଏଲଗ୍ ୱିଥ୍ ଇଣ୍ଡିଆ ୨୦୨୫’ ଅଧିବେଶନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସଶକ୍ତୀକରଣ ଗ୍ଲୋବାଲ କନେକ୍ସନ ଉଦୀୟମାନ ଭାରତରେ ପିଆଇଓଙ୍କ ଭୂମିକା ଶୀର୍ଷକ ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ବିଶିଷ୍ଟ ବ୍ୟକ୍ତି ଓ ନେତାମାନେ ଏକାଠି ହୋଇଥିଲେ। ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଓଏସଡି ସନମୁନୁଗାନ ମୁକ୍କାନ ଏବଂ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଜୟ କୁମାର ଦୁବେଙ୍କୁ ମଧ୍ୟ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ପ୍ରତି ଚାରି ବର୍ଷରେ ଭାରତରେ ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ…

Read More