Author: NAZMEEN PARWEEN

ଯୁବ ପ୍ରବାସୀ ଭାରତୀୟ ଦିବସକୁ କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର, ମନସୁଖ ମାଣ୍ଡଭିଆ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନତା ମଇଦାନରେ ଉଦଘାଟନ କରିଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦୀପ ପ୍ରଜ୍ୱଳନ କରିବା ପରେ ମୁଖ୍ୟ ପୂର୍ଣ୍ଣାଙ୍ଗ ହଲରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବହୁ ସଂଖ୍ୟକ ପ୍ରବାସୀ ଯୁବ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଜାନୁଆରି ୯ ଓ ଜାନୁଆରି ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଜାନୁଆରୀ ୮ ତାରିଖ ରାତି ୮ଟାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନଯୋଗେ ସହରରେ ପହଞ୍ଚିବେ ଏବଂ ରାଜଭବନରେ ରାତି ବିତାଇବେ । ଜାନୁଆରୀ ୯ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଜନତା ମଇଦାନରେ…

Read More