Author: NAZMEEN PARWEEN

ଭୁବନେଶ୍ୱର ଏକାମ୍ର କାନନ ସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର (ଆରପିଆରସି)ରେ ମଙ୍ଗଳବାର ବାର୍ଷିକ ଫୁଲ ପ୍ରଦର୍ଶନୀ ୨୦୨୫ ଉଦ୍ ଘାଟିତ ହୋଇଯାଇଛି। ପ୍ଲାଣ୍ଟ ଲଭର୍ସ ଆସୋସିଏସନ ସହଯୋଗରେ ଆୟୋଜିତ ଏହି ଫ୍ଲାୱାର ସୋ’କୁ ମୁଖ୍ୟମନ୍ତ୍ରୀ ମୋହନ ଚାନ ମାଝୀ ଉଦ୍ ଘାଟନ କରିଥିଲେ। ଜାନୁଆରି ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି ସୋ’ରେ ରାଜ୍ୟର ୭୦ରୁ ଅଧିକ ଅନୁଷ୍ଠାନ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରେମ, ଶାନ୍ତି ଓ ବିଶ୍ୱାସର ପ୍ରତୀକ ଏହି ଫୁଲ ରାଜ୍ୟର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସହରରେ ପ୍ରବାସୀ ଭାରତୀୟ ଦିବସକୁ ଆସୁଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ଏହି ଫୁଲ ପ୍ରଦର୍ଶନୀ ପରିଦର୍ଶନ କରିବେ ଏବଂ ସେମାନେ ରଙ୍ଗୀନ ଫୁଲରେ ଆକର୍ଷିତ ହେବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ। ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର କଟା ଫୁଲ, ବୋନସାଇ, ଅର୍କିଡ୍…

Read More