Author: NAZMEEN PARWEEN

ଓଡ଼ିଶା ହାଇକୋର୍ଟର ଜଣାଶୁଣା ଆଇନଜୀବୀ ତଥା ଅଖିଳ ଓଡ଼ିଶା ଓକିଲ ସଂଘର ସଭାପତି ବିଭୁ ପ୍ରସାଦ ତ୍ରିପାଠୀ ଓ ଅନ୍ୟ ୧୨ ଜଣଙ୍କୁ ରାଜ୍ୟରେ ବରିଷ୍ଠ ଆଇନଜୀବୀ ଭାବେ ନିଯୁକ୍ତି ଦିଆଯାଇଛି। ତ୍ରିପାଠୀଙ୍କ ସମେତ ୧୩ ଜଣ ଓକିଲଙ୍କୁ ଏହି ମାନ୍ୟତା ପ୍ରଦାନ ନେଇ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ବିଜ୍ଞପ୍ତି ଜାରି କରିଛନ୍ତି। ବରିଷ୍ଠ ଆଇନଜୀବୀ ଭାବେ ମନୋନୀତ ହୋଇଥିବା ଅନ୍ୟ ଆଇନଜୀବୀମାନେ ହେଲେ ସଞ୍ଜୟ କୁମାର ଆଚାର୍ଯ୍ୟ, ଅନୁପ କୁମାର ବୋଷ, ବଂଶୀଧର ବାଗ, ବିବେକାନନ୍ଦ ଭୂୟାଁ, ଭବାନୀ ଶଙ୍କର ତ୍ରିପାଠୀ, ସୁଶାନ୍ତ କୁମାର ଦାଶ, କମଳ ବିହାରୀ ପଣ୍ଡା, ଅମିତାଭ ଦାସ, ଦୟାନନ୍ଦ ମହାପାତ୍ର, ଗୋପାଳ କୁମାର ଅଗ୍ରୱାଲ, ଜ୍ଞାନ କୁମାର ଶର୍ମା ଓ ଆଦିତ୍ୟ ନାରାୟଣ ଦାଶ। ଶ୍ରୀ ତ୍ରିପାଠୀ ବେଙ୍ଗାଲୁରୁସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିବା ପରେ କଟକ ଓ ଭୁବନେଶ୍ୱରରେ ଆଇନ ଜୀବନ ଆରମ୍ଭ କରିଥିଲେ। ନିଜ ପରିବାରରେ ପ୍ରଥମ ପିଢ଼ିର…

Read More