Author: NAZMEEN PARWEEN

ଓଡ଼ିଶା ଗସ୍ତରେ ଆସିଥିବା ଅରବିନ୍ଦ ପାନଗାରିଆଙ୍କ ଅଧ୍ୟକ୍ଷତାରେ ଗଠିତ ଷୋଡ଼ଶ ଅର୍ଥ କମିଶନରର ୧୫ ଜଣିଆ ଟିମ୍ ସହ ଆଲୋଚନା କରି ‘୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା’ ରୋଡମ୍ୟାପ୍ ଉପରେ ମୋହନ ମାଝୀ ସରକାର ନିଜର ପଞ୍ଚବାର୍ଷିକ ଯୋଜନାରେ ୧୨,୫୯,୧୫୮ କୋଟି ଟଙ୍କା ମାଗିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ସେସ୍ ଓ ସରଚାର୍ଜକୁ ବିଭାଜିତ ଟିକସ ପୁଲକୁ ଆଣିବା ଏବଂ କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡ଼ିକର ଅଂଶକୁ ଭର୍ଟିକାଲ୍ ଡିଭାଲ୍ୟୁଏସନ ଅଧୀନରେ ବର୍ତ୍ତମାନର ୪୧%ରୁ ୫୦%କୁ ବୃଦ୍ଧି କରିବାକୁ ଅନୁରୋଧ କରିଛି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ୧୦୦% ଅନୁଦାନ ବ୍ୟତୀତ, ହରିଜଣ୍ଟାଲ୍ ଡିଭାଲ୍ୟୁଏସନ୍ (ରାଜ୍ୟମାନଙ୍କ ମଧ୍ୟରେ ଟିକସର ନିଟ୍ ଆୟ ବଣ୍ଟନ)ର ମାନଦଣ୍ଡରେ କିଛି ପରିବର୍ତ୍ତନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।  ଦେଶରେ କୌଣସି ରାଜ୍ୟର ଜନସଂଖ୍ୟା ଭାଗକୁ ୧୫% ଗୁରୁତ୍ୱ ଦିଆଯାଏ । ଅନୁସୂଚିତ ଜାତି/ଜନଜାତି…

Read More