Author: NAZMEEN PARWEEN

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଆପଣ ବିଚଳିତ ହେଇଯିବେ । ତେବେ ଭିଡିଓଟିରେ ଜଣେ ଯୁବକ ସ୍କାଏ ଡାଇଭିଙ୍ଗ କରୁଥିବାର ଦେଖାଯାଉଛି । ସେହି ସମୟରେ ତାଙ୍କୁ ହୃଦଘାତ  ଆସିଥିଲା  । ଯାହାଫଳରେ ଯୁବକ ଜଣଙ୍କ ଭାରସାମ୍ୟ  ହରାଇ ପଡିଥିଲେ। ତେବେ ଏହି ସ୍କାଏ ଡାଇଭିଙ୍ଗ କରୁଥିବା ବ୍ୟକ୍ତିଙ୍କ ପାର୍ଟନର ଏବଂ ଟ୍ରେନର ତୁରନ୍ତ ତାଙ୍କୁ ସାହାଯ୍ୟ  କରିବା ପାଇଁ ପହଞ୍ଚି ଯାଇଥିଲେ । ଟ୍ରେନର ପୁରା ସାବଧାନତା ସହକାରେ ସ୍କାଏ ଡାଇଭରଙ୍କୁ ବଞ୍ଚାଇଥିଲେ । ଯାହା ଫଳରେ ଏକ ବଡ ଧରଣର ବିପଦ ଟଳି ଯାଇଥିଲା । ରିପୋର୍ଟ ଅନୁଯାୟୀ, ଏହି ଭାଇରାଲ ଭିଡିଓଟି ହେଉଛି  ୨୦୧୫ ମସିହାର । ଭିଡିଓରେ ଦେଖାଯାଉଥିବା ସ୍କାଏଡାଇଭରଙ୍କୁ ଅଷ୍ଟ୍ରେଲିଆର ପର୍ଥର ବାସିନ୍ଦା କ୍ରିଷ୍ଟୋଫର ଜୋନ୍ସ ଭାବରେ ଚିହ୍ନଟ କରାଯାଇଛି । କ୍ରିଷ୍ଟୋଫର ଜୋନ୍ସ…

Read More