Author: NAZMEEN PARWEEN

ଜାନୁଆରୀ ୧୨ରେ ଶେଷ ହୋଇଥିବା ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନ ଦକ୍ଷିଣ ଏସିଆର ରାଜନୀତିକ ମଞ୍ଚକୁ ନୂଆ ଚର୍ଚ୍ଚାରେ ଭରିଦେଇଛି। ଭୋଟ ଗଣନା ୧୩ ତାରିଖ ସୁଦ୍ଧା ଶେଷ ହେବା ସହିତ ଫଳାଫଳ ସ୍ପଷ୍ଟ କରିଦେଲା—ଦୀର୍ଘ ୨୦ ବର୍ଷ ପରେ ବିଏନପି (Bangladesh Nationalist Party) ନେତୃତ୍ୱାଧୀନ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଏହି ଫଳାଫଳ ମଧ୍ୟରୁ ଏକ ଖବର ଭାରତରେ ବିଶେଷ ଆକର୍ଷଣ କରିଛି—“ବିଜେପି ଗୋଟିଏ ଆସନ ଜିତିଲା”। ଏହା ଶୁଣି ଅନେକ ଭାରତୀୟ ଆଶ୍ଚର୍ଯ୍ୟ ହୋଇଥିଲେ। କିନ୍ତୁ ଏହି ‘ବିଜେପି’ ଭାରତର ଭାରତୀୟ ଜନତା ପାର୍ଟି ନୁହେଁ। ଏହା ବାଂଲାଦେଶ ଜାତୀୟ ପାର୍ଟି—Bangladesh Jatiya Party (BJP)। ନାମର ସଂକ୍ଷିପ୍ତତା ଭ୍ରମ ସୃଷ୍ଟି କରୁଥିଲେ ମଧ୍ୟ, ଦୁଇଟି ଦଳର ମଧ୍ୟରେ କୌଣସି ଗଠନାତ୍ମକ ସମ୍ପର୍କ ନାହିଁ। ଫଳାଫଳର ଚିତ୍ର: ବିଏନପିର ଦବଦବା ବାଂଲାଦେଶ ନିର୍ବାଚନ କମିଶନ ୨୯୭ଟି ଆସନର ଫଳାଫଳ ଘୋଷଣା କରିଛି। ବିଏନପି ଏକାକୀ…

Read More