Author: Purva Paksha

CBSE: କେମିତି ହେବ ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷା? ନୂଆ ଶିକ୍ଷାନୀତି ଅନୁସାରେ ପିଲାଙ୍କ ଉପରୁ ଚାପ ହଟାଇବାକୁ କ’ଣ ହେବ ନୂଆ ନିୟମ କାନୁନ୍‍ ଓଡ଼ିଆ ବିଷୟ ରହିବ ନା ନାହିଁ? ଏଭଳି ପ୍ରଶ୍ନରେ ସ୍ପଷ୍ଟୀକରଣ ରଖିଛି ସିବିଏସ୍ଇ। ଫେବୃୟାରୀ ୨୫ ଏବଂ ୨୬ ତାରିଖରେ ଦୁଇଟି ପୃଥକ୍‍ ପୃଥକ୍‍ ନୋଟିସ୍‍ ଜାରି କରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଏହା ସ୍ପଷ୍ଟ କରିଛନ୍ତି। ସିବିଏସ୍ଇହ କହିଛି, ଜାତୀୟ ଶିକ୍ଷାନୀତିକୁ ପାଳନ କରିବାକୁ ଯାଇ ସିବିଏସ୍ଇ ୧୦ମ ଶ୍ରଣୀ ପରୀକ୍ଷାକୁ ବର୍ଷରେ ଦୁଇଥର କରିବା ଲାଗି ପ୍ରସ୍ତାବ ନୀତି ପାରିତ କରାଯାଇଛି। ଏହି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ମାସରେ ହେବ ଏବଂ ଦ୍ୱିତୀୟ ପରୀକ୍ଷା ମେ’ ମାସରେ ହେବ। ଦୁଇଟିଯାକ ପରୀକ୍ଷା ସମାନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଯେଉଁ ପରୀକ୍ଷାରେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ଅଧିକ ଭଲ ଫଳାଫଳ ହୋଇଥିବା ସେହି ପରୀକ୍ଷାର ମାର୍କକୁ ଗ୍ରହଣ କରାଯିବ। ଏହି…

Read More