Author: Purva Paksha

Bengaluru road rage: ଜଣେ ମହିଳାଙ୍କୁ ମଧ୍ୟମ ଆଙ୍ଗୁଠି ଦେଖାଇବା ଅଭିଯୋଗରେ ବେଙ୍ଗାଲୁରୁରେ ଜଣେ ଆଇଟି ଇଞ୍ଜିନିୟରଙ୍କୁ ଗିରଫ କରାଯାଇଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ରାଗ ତମତମ ହୋଇ ଯଦି ଆଙ୍ଗୁଠି ଦେଖାଇ କଥା ହେବା ଆପଣଙ୍କ ବଦଭ୍ୟାସ ତେବେ ତୁରନ୍ତ ଏଥିରେ ସୁଧାର ଆଣନ୍ତୁ। ନଚେତ ଆଙ୍ଗୁଠି ଦେଖାଇବା ପାଇଁ ମଧ୍ୟ ଆପଣଙ୍କୁ ମାମୁଘର ଯିବାକୁ ପଡ଼ିପାରେ। ଆଙ୍ଗୁଠି ଦେଖାଇ ଜଣେ ବ୍ୟକ୍ତି କେମିତି ଗିରଫ ହୋଇଛନ୍ତି, ତାହା ଜାଣିଲେ ଆପଣଙ୍କର ବଦଭ୍ୟାସ ମଧ୍ୟ ଆପ ଆପେ ଛାଡ଼ିଯିବ। ବେଙ୍ଗାଲୁରୁରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାସ୍ତାରେ ଜଣେ ଯୁବତୀଙ୍କ ସହିତ ଯୁକ୍ତିତର୍କ ଓ ଆଙ୍ଗୁଠି ଦେଖାଇବା ଆଇଟି ସେକ୍ଟରରେ କାମ କରୁଥିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଦିନ ଏହି ଘଟଣା ବେଙ୍ଗାଲୁରୁରେ ଘଟିଛି। ୩୦ ବର୍ଷିୟ ହର୍ଷା ଏଚ୍ ବି…

Read More