Author: Purva Paksha

୧୧ମଇରେ ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏ.କେ. ଭାରତୀ ଏପରି ଏକ ଚିତ୍ର ଦେଖାଇଥିଲେ, ଯାହା ଦେଶ-ବିଦେଶରେ ହଟଚମଟ ସୃଷ୍ଟି କରିଥିଲା। ଚିତ୍ରଟି ଥିଲା ଏକ ଚୀନ୍‍ ପିଏଲ-୧୫ ମିସାଇଲର, ଯାହାକୁ ଭାରତୀୟ ବାୟୁ ସେନା ମଝି ଆକାଶରେ ଟାର୍ଗେଟ୍ କରି ଖସାଇ ଦେଇଥିଲା ଓ ପ୍ରାୟ ଅକ୍ଷତ ଅବସ୍ଥାରେ ଏହା ମିଳିଥିଲା। ଏହି ମିସାଇଲ ପାକିସ୍ତାନ ଦ୍ୱାରା ଉତକ୍ଷେପିତ ହୋଇଥିଲା। ଏହି ଘଟଣା ସେହି ଚାରିଦିନିଆ ସଂଘର୍ଷର ଏକ ଅଂଶ ଥିଲା, ଯାହା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏକ ନୂଆ ଅଧ୍ୟାୟ ଲେଖିଥିଲା। ପ୍ରଶ୍ନ ଉଠୁଛି ଯେ ଚୀନ୍‍ ଯେଉଁ ମିସାଇଲକୁ ବିଶ୍ୱର ସବୁଠାରୁ ଉନ୍ନତ ଏୟାର-ଟୁ-ଏୟାର ମିସାଇଲ ବୋଲି ଦାବି କରିଥିଲା, ତାକୁ କିପରି ଭାରତ ଏମିତି ଧୂଳି ଚଟାଇ ଦେଲା ? ଏବଂ ଏହାଠାରୁ ମଧ୍ୟ ବଡ଼ ପ୍ରଶ୍ନ, ଜାପାନ ଓ ଫ୍ରାନ୍ସ ଭଳି ଦେଶମାନେ ଏହାର ଭଗ୍ନାବଶେଷ ପ୍ରତି…

Read More