Author: Purva Paksha

ଦୀର୍ଘ ୨୪ ବର୍ଷ ହେଲା ଶାସନରେ ଥାଇ ବିଜେଡି ଯେଉଁମାନଙ୍କ ଦାବିକୁ ଉପହାସ କରୁଥିଲା ଆଜି କିନ୍ତୁ ତାହାକୁ ଜବରଦସ୍ତ ସମର୍ଥନ କରୁଛି। ସେମାନଙ୍କ ସଂଖ୍ୟା ଅନୁସାରେ ଭାଗିଦାରୀ ବଢ଼ାଇବାକୁ ଦାବି କରୁଛି। ଛକ ବଜାର ବୁଲି ବୁଲି ନେତାଏଁ ରଡ଼ି କରୁଛନ୍ତି। କିନ୍ତୁ କାହିଁକି? ହଠାତ୍‍ ଏମିତି କ’ଣ ହେଲା ଯେ ବିଜେଡିର ନୀତିରେ ପରିବର୍ତ୍ତନ ହୋଇଗଲା? ଏ ପ୍ରଶ୍ନ ଖୋଜିଲାବେଳକୁ ମୂଳ ଯାଇ ପାଣ୍ଡିଆନ୍‍ଙ୍କ ପାଖରେ ଅଟକୁଛି। ଆଇଏଏସ୍‍ ଛାଡ଼ିଥିବା ତାଙ୍କ ପତ୍ନୀ ସୁଜାତା ରାଉତ ଓରଫ ସୁଜାତା ପାଣ୍ଡିଆନ୍‍ଙ୍କୁ ନେତାଭାବେ ପ୍ରତିଷ୍ଠିତ କରିବା ଲାଗି ଏହି ଦାବି ଉଛୁଳୁଥିବା ଆଲୋଚନା ହେଉଛି। ଆଉ ଏ ଆଲୋଚନା ବିଭିନ୍ନ ବିକଳ୍ପ ମିଡିଆରେ ବି ଚର୍ଚ୍ଚାର ବିଷୟ ହୋଇଛି। ଆଜି ସେହି ବିଷୟକୁ ଆଧାର କରି ଆଲୋଚନା କରିବା। ଏଠି ସୁଜାତା ହେଉଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ପତ୍ନୀ। ଯଦିଓ ପାଣ୍ଡିଆନ୍‍ ବ୍ରାହ୍ମଣ କିନ୍ତୁ ସୁଜାତା ଜନ୍ମରୁ ହେଉଛନ୍ତି ପଛୁଆ…

Read More