Author: Purva Paksha

ସଂସଦରେ ଉପସ୍ଥାପନ ହୋଇଛି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ ୯ମଥର ପାଇଁ ଏହି ବଜେଟ୍‍କୁ ଉପସ୍ଥାପନ କରିଛନ୍ତି। ସେ ୨୦୧୯ରୁ କ୍ରମାଗତ ଭାବେ ଦେଶର ଆର୍ଥିକ ହିସାବ ନିକାଶ ଉପସ୍ଥାପନ କରି ଆସୁଛନ୍ତି। ସେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯିଏ ୯ମଥର ପାଇଁ ବଜେଟ୍‍ ଉପସ୍ଥାପନ କରିଛନ୍ତି।  ଆଜି ବଜେଟ୍‍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିନ୍ଧିଥିବା କାଞ୍ଜିବରମ ଶାଢ଼ୀକୁ ନେଇ ବେଶ ଚର୍ଚ୍ଚା ଦେଖିବାକୁ ମିଳିଛି। ମାରୁନ ରଙ୍ଗର କାଞ୍ଜିବରମ ଶାଢ଼ୀ ପିନ୍ଧି ତାମିଲନାଡୁର ପୁରାତନ ସଂସ୍କୃତିର ଝଲକ ସେ ସମସ୍ତଙ୍କୁ ଦେଖାଇଛନ୍ତି। ତାମିଲନାଡୁ ହେଉଛି ସୀତାରମଣଙ୍କ ନିଜସ୍ୱ ରାଜ୍ୟ। ସେହିପରି ଚଳିତ ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ବିଜେପି ସେଠାରେ ପ୍ରଥମଥର ସରକାର ଗଠନ କରିବାକୁ ଉଦ୍ୟମ କରୁଥିବାବେଳେ ବଜେଟ୍‍ ବେଳେ ତାମିଲନାଡୁବାସୀଙ୍କୁ ଖୁସି କରିବାକୁ ସୀତାରମଣ କାଞ୍ଜିବରମ ଶାଢ଼ୀରେ ନିଜର ଆସିଥିବା କୁହାଯାଉଛି। …

Read More