Author: Purva Paksha

– ବର୍ଡର-ଗାଭାସ୍କର ଟ୍ରଫି ଶେଷ ସୁଯୋଗ – ୪-୦ରେ ଜିତିବାକୁ ହେବ ସିରିଜ ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିଆନ୍ସିପ୍‍ ସଂସ୍କରଣ ଏବେ ଆନ୍ତିମ ପର୍ଯ୍ୟାୟରେ । ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ଫାଇନାଲ । ଚଳିତ ସଂସ୍କରଣରେ ଆାଉ ମାତ୍ର ୧୮ଟି ଟେଷ୍ଟ ବାକି ରହିଛି । ତଥାପି ଏପର୍ଯ୍ୟନ୍ତ କୌଣସି ଦଳ ଫାଇନାଲକୁ ଯୋଗ୍ୟତା ଆର୍ଜନ କରିପାରି ନାହାନ୍ତି । ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହିଥିବା ଆଷ୍ଟ୍ରେଲିଆା ଓ ଭାରତ ଭଳି ଶକ୍ତିଶାଳୀ ଦଳ ମଧ୍ୟ ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆାଫ୍ରିକା ଏଥର ଦମଦାର ପ୍ରଦର୍ଶନ ଜାରି ରଖି ଫାଇନାଲ ଦାବିଦାର ରୂପେ ଉଭା ହୋଇଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ(୦-୩ରେ) ଟେଷ୍ଟ ସିରିଜ ପରାଜିତ ହେବା ପରେ ଫାଇନାଲ୍ ଦୌଡ଼  ବେଶ୍ ରୋମାଞ୍ଚକର ହୋଇଛି । ନ୍ୟୁଜିଲାଣ୍ଡ…

Read More