Author: Purva Paksha

ଏକଦା ବେଶ୍ ଲୋକପ୍ରିୟତା ସୃଷ୍ଟି କରିଥିବା ଆଫ୍ରୋ-ଏସୀୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପୁଣି ଥରେ ଆୟୋଜନ ପାଇଁ ଯୋଜନା ହେଉଛି । ଆଫ୍ରିକା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସଦ୍ୟ ଆୟେଜିତ ବୈଠକ ଅବସରରେ ଏହି ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ୨୦୦୫ ଓ ୨୦୦୭ରେ ଆଫ୍ରିକା ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ଆଫ୍ରୋ-ଏସୀୟ କପ୍ ଆୟୋଜିତ ହୋଇଥିଲା । ଦକ୍ଷିଣ ଆଫ୍ରିକା ଓ ଭାରତ ଉଭୟ ସଂସ୍କରଣ ଆୟୋଜନ କରିଥିଲେ । ୨୦୦୯ ସଂସ୍କରଣ କେନିଆରେ ଅନୁଷ୍ଠିତ ହେବାର ଥିଲା । ମାତ୍ର କୌଣସି କାରଣରୁ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା । ପୁନର୍ବାର ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଲେ ଭାରତ ଓ ପାକିସ୍ତାନ ଖେଳାଳିଙ୍କୁ ଏକତ୍ର ଦେଖିବାକୁ ମିଳିବ । ୨୦୦୫ ସଂସ୍କରଣରେ ଉଭୟ ଏକାଦଶ ମଧ୍ୟରେ ଅନୁଷ୍ଠିତ ୩ଟି ମ୍ୟାଚ୍ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ…

Read More