Author: Purva Paksha

ଭାଗ୍ୟକ୍ରମେ ଭାରତବର୍ଷ କୁଳବଂଶଜା କମଳା ହାରିସ ଆମେରିକାର ରାଷ୍ଟ୍ରପତି ପଦ ଲାଗି ଡେମୋକ୍ରାଟ୍ ପାର୍ଟି ତରଫରୁ ମନୋନୀତ ହୋଇ ନିର୍ବାଚନ ଲଢ଼ିଥିଲେ। ଆମେରିକୀୟ ଭାରତୀୟ ସମାଜ ଲାଗି ଏହା ଏକ ଗୌରବାବହ ଘଟଣା ଥିଲା। ଭୋଟ ଗଣତି ପରେ ହାରିସ ହାରିଛନ୍ତି। ଆଗରୁ ଥରେ ରାଷ୍ଟ୍ରପତି ହୋଇଥିବା ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ୍ ଟ୍ରମ୍ପ୍ ନିର୍ବାଚନରେ ଜିତିଛନ୍ତି।   ଦେଶ ଭିତରେ ଡୋନାଲ୍ଡ୍ ଟ୍ରମ୍ପ୍ ଙ୍କର ପ୍ରଚଣ୍ଡ ବିରୋଧ ଥିଲା। କିନ୍ତୁ ବର୍ତ୍ତମାନର ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଗଭୀର ଅସନ୍ତୋଷ ଥିଲା। କୋଭିଡ୍ ର ପ୍ରକୋପ ସମୟରୁ ଖାଦ୍ୟ ପେୟ, ତେଜରାତି ଦରଦାମ ବଢ଼ିଯାଇଛି।   ରୁଷ୍ ଯୁଦ୍ଧ ଯୋଗୁଁ ପେଟ୍ରୋଲ୍ ଦାମ୍ ବି ବଢ଼ିଛି। ଏହା ଫଳରେ ଲୋକଙ୍କ ଭିତରେ କ୍ଷୋଭ ରହିଛି। ଶ୍ରୀମତୀ କମଳା ଏ’ କ୍ଷୋଭ ଓ ଅସନ୍ତୋଷର ଶିକାର ହେଲେ ବୋଲି ବିଚାର କରାଯାଉଛି। ଜିତିଥିଲେ ସେ’ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ମର୍ୟ୍ୟାଦା…

Read More