Author: Purva Paksha

Bhaba Prasad Das arrested: ପରିବା ବିକ୍ରେତାମାନେ ଯାଜପୁର ଟାଉନ ଥାନାରେ ଭାବା, ବଳଭଦ୍ର ଓ ଅନ୍ୟ ୪୮ ଜଣଙ୍କ ବିରୋଧରେ ଅଭିଯୋଗ କରିଥିବାବେଳେ ଅନ୍ୟ ଦୁଇଜଣ ବ୍ୟବସାୟୀ ମଧ୍ୟ ତାଙ୍କ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ପୃଥକଭାବେ ଥାନାରେ ଅଭିଯୋଗ କରିଛନ୍ତି। ଯାଜପୁର ଟାଉନ ଥାନା ପୁଲିସ ବିରଜା ହାଟରେ ପରିବା ବିକ୍ରେତାଙ୍କୁ ମାଡ଼ ମାରିବା ଅଭିଯୋଗରେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଭାଇ ଭାବ ପ୍ରସାଦ ଦାସଙ୍କୁ ଗିରଫ କରିଛି। ଆଜି ସକାଳେ ଡାକ୍ତରୀ ମାଇନା ପରେ ତାଙ୍କୁ ଯାଜପୁର ଏସଡିଜେଏମ (ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ)ଙ୍କ ବାସଭବନକୁ ଅଣାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ପନିପରିବା ବିକ୍ରି ପାଇଁ ଗୁରୁବାର ସକାଳ ପ୍ରାୟ ୮ଟାରେ ମା’ ବିରଜାଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ବଜାରକୁ ସନ୍ଥମାଧବକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଉଦ୍ୟମ କରୁଥିବା ବେଳେ ନଗେନ ନାୟକ ନାମକ…

Read More