Author: Purva Paksha

Infamous Sednaya Prison : ସିରିଆରେ ବସର ଅଲ-ଅସଦଙ୍କ ଶାସନର ଅନ୍ତ ପରେ ଏକ ଜେଲ ଠାବ ହୋଇଛି ଯେଉଁଥିରେ ହଜାର ହଜାର କଏଦୀଙ୍କୁ ନର୍କୀୟ ଅବସ୍ଥାରେ ରଖାଯାଇଥିଲା । ଏହା ଥିଲା ମଣିଷର ଏକ ପ୍ରକାର ‘କସାଇଖାନା’। ଯେଉଁଠାରେ ସେମାନଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଉଥିଲା। ଏଠାରେ ନିୟମିତ ଭାବେ ମୃତ୍ୟୁଦଣ୍ଡ ଦିଆଯାଉଥିଲା। ମଧ୍ୟପ୍ରାଚ୍ୟର ସଶସ୍ତ୍ର ସଙ୍ଗଠନ ହାୟାତ୍ ତାହିର ଆସ୍-ଶାମ୍ (ଏଚଟିଏସ୍) ନେତୃତ୍ୱାଧୀନ ସିରିଆ ବିଦ୍ରୋହୀମାନେ ରବିବାର ବଶର ଅଲ୍ ଅସଦଙ୍କ ପରିବାରର ୫୦ ବର୍ଷର ଶାସନର ଅନ୍ତ କରିଛନ୍ତି। ଅବୁ ମହମ୍ମଦ ଅଲ-ଗୋଲାନୀଙ୍କ ନେତୃତ୍ୱରେ ଏଚଟିଏସ୍ ବିଦ୍ରୋହୀମାନେ ୨୪ ବର୍ଷ ଧରି ସିରିଆ ଉପରେ ଶାସନ କରୁଥିବା ବଶର ଅଲ୍-ଅସଦଙ୍କୁ ରୁଷିଆକୁ ପଳାୟନ କରିବାକୁ ବାଧ୍ୟ କରିଛନ୍ତି। ବିଦ୍ରୋହୀମାନେ ବଶର ଅଲ-ଅସଦଙ୍କ କୁଖ୍ୟାତ ସେଦନାୟା ଜେଲକୁ ଦଖଲ କରିଥିଲେ। ବିଦ୍ରୋହୀମାନେ ସେଦନାୟା ଜେଲରୁ ହଜାର ହଜାର କଏଦୀଙ୍କୁ ମୁକ୍ତ କରିଛନ୍ତି। କିନ୍ତୁ ଏହାପରେ ମଧ୍ୟ କିଛି ଲୋକ…

Read More