Author: Purva Paksha

Priyanka Gandhi : ଏହି ସମ୍ବିଧାନ କେବଳ ଏକ ଦସ୍ତାବିଜ ନୁହେଁ। ବର୍ଷ ବର୍ଷ ଧରି ଏହି ସମ୍ବିଧାନ ପ୍ରଣୟନରେ ଅନେକ ନେତା ସାମିଲ ଥିଲେ। ଏହି ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସରକାର ଗଠନ ଏବଂ ସରକାର ପରିବର୍ତ୍ତନ କରିବାର ଅଧିକାର ଦେଇଥିଲା। ଲୋକସଭାରେ ସମ୍ବିଧାନ ଉପରେ ଆଲୋଚନାବେଳେ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଲୋକସଭାରେ ନିଜର ପ୍ରଥମ ଭାଷଣ ରେ ପ୍ରିୟଙ୍କା ଗାନ୍ଧି ୩୨ ମିନିଟ୍ ଭାଷଣ ଦେଇଥିଲେ, ଯେଉଁଥିରେ ସେ ଜାତିଗତ ଜନଗଣନା, ଆଦାନି ପ୍ରସଙ୍ଗ, ଦେଶର ଏକତା ଭଳି ପ୍ରସଙ୍ଗରେ ମତ ରଖିଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ କଥା ଉଲ୍ଲେଖ କରି ଶାସକ ଦଳକୁ ସମାଲୋଚନା କରିବା ସହ ସେମାନେ କେତେଦିନ ପର୍ଯ୍ୟନ୍ତ ଅତୀତକୁ ଅଭିଶାପ ଦେବେ ବୋଲି ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ କରିଛନ୍ତି। ‘ଆଲୋଚନା ହେଉଛି ଆମ ଦେଶର ପରମ୍ପରା’ ପ୍ରିୟଙ୍କା ଗାନ୍ଧି କହିଛନ୍ତି…

Read More