Author: Purva Paksha

Marriage and Job : ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି ଯେ ବିବାହ ପରେ ଭାରତୀୟ ମହିଳାଙ୍କ ପାଇଁ ନିଯୁକ୍ତି ହାର ଏକ ତୃତୀୟାଂଶ ହ୍ରାସ ପାଉଛି। ଏହା ସମାଜରେ ଜଡ଼ିତ ଗଭୀର ଲିଙ୍ଗଗତ ଅସମାନତାକୁ ଦର୍ଶାଉଛି। ବିବାହକୁ ଜୀବନର ଏକ ନୂଆ ଆରମ୍ଭ ଭାବରେ ପାଳନ କରାଯାଇଥାଏ। ଭାରତରେ ଏହା କିଛି କମ୍‌ ନୁହେଁ। ସାଧାରଣ ମଣିଷ ହୁଅନ୍ତୁ ଅବା କର୍ମଜୀବୀ, ସବୁ ବର୍ଗର ମହିଳା ବିବାହକୁ ନେଇ ଅନେକ ଯୋଜନା କରିଥାନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଅନେକଙ୍କର ଯୋଜନା ଫଳବତୀ ହୋଇନଥାଏ। ବହୁ ମହିଳା ପାରିବାରିକ ଓ ବୃତ୍ତିଗତ ଜୀବନ ଭିତରେ ସନ୍ତୁଳନ ରକ୍ଷା କରିପାରନଥାନ୍ତି। କେତେକ ଘରଠାରୁ ଅଲଗା ହୋଇଯାଆନ୍ତି କିମ୍ବା ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ଏହି ସମସ୍ୟା ଏବେ ବିଶ୍ୱ ବ୍ୟାଙ୍କର ଦୃଷ୍ଟି ଆକର୍ଷଣ କରିଛି। ବ୍ୟାଙ୍କର ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି ଯେ ବିବାହ ପରେ ଭାରତୀୟ ମହିଳାଙ୍କ ପାଇଁ ନିଯୁକ୍ତି ହାର ଏକ ତୃତୀୟାଂଶ…

Read More