Author: Purva Paksha

Rahul’s Constitution is insecure narrative : ରାହୁଲଙ୍କ ସମ୍ବିଧାନ ବିପଦରେ ନ୍ୟାରେଟିଭକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ କାଉଣ୍ଟର ଆଟାକ କରିଛନ୍ତି ତାହା ରାହୁଲଙ୍କ ଭୂତ ଭାଷଣ ଲେଖକଙ୍କ ନିଦ ନିଶ୍ଚୟ ହଜାଇ ଦେବଣି। ରାହୁଲ ଯେଉଁ ସମ୍ବିଧାନ ବିପଦରେ ଥିବା କଥା କହୁଛନ୍ତି, ସେହି ସମ୍ବିଧାନକୁ କେମିତି ତାଙ୍କ ଜେଜିମା’ କ୍ଷମତା ବଞ୍ଚାଇବାକୁ ଆଡ଼େଇ ଯାଇଥିଲେ ଓ ସମ୍ବିଧାନର ଆତ୍ମାର ହତ୍ୟା କରିବାକୁ ପଛାଇ ନ ଥିଲେ ତାକୁ ନେଇ ବିତର୍କ ଆରମ୍ଭ ହେଲାଣି। ହାତରେ ଲାଲ କିତାବ। ସଡ଼କରୁ ସଂସଦ। କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ଏହି ନୂଆ ଅବତାର ଓ ସମ୍ବିଧାନ ବିପଦରେ ଡାଇଲଗ ତାଙ୍କୁ ଓ ତାଙ୍କ ମେଣ୍ଟକୁ ୨୦୨୪ ସାଧାରଣ ନିର୍ବାଚନରେ ନିହାତି ବୁଷ୍ଟର ଡୋଜ୍ ଦେଇଥିଲା। କିନ୍ତୁ ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ଆସୁ ଆସୁ ସମ୍ବିଧାନ ବୁଷ୍ଟର ଟିକାରେ ଦମ୍ ନ ଥିବା ଜଣାପଡ଼ିଯାଇଥିଲା। ଏହାସତ୍ତ୍ୱେ ରାହୁଲ ଲାଲ କିତାବ…

Read More