What's Hot
Author: Purva Paksha
NCERT Book: ଏନସିଇଆରଟି ପାଠ୍ୟପୁସ୍ତକକୁ ଇ କମର୍ସ ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ କରିବ ଏବଂ ଉପଲବ୍ଧତା ବୃଦ୍ଧି କରିବ। ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ – ଏନସିଇଆରଟି ଦେଶବ୍ୟାପୀ ଏହାର ପ୍ରକାଶନଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏନସିଇଆରଟି ପାଠ୍ୟପୁସ୍ତକର ସୁଲଭ ଓ ସୁବିଧାଜନକ ବିତରଣ ପାଇଁ ଏନସିଇଆରଟି ଏକ ଇ-କମର୍ସ ପ୍ଲାଟଫର୍ମ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶେଷ କରି ଟାୟର-୨ ଓ ଟାୟର-୩ ସହରର ଶିକ୍ଷାର୍ଥୀମାନଙ୍କ ପାଇଁ ଏହି ପଦକ୍ଷେପର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଭାଗିଦାରୀ ଏନସିଇଆରଟି ପାଠ୍ୟପୁସ୍ତକକୁ ସିଧାସଳଖ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ କରିବ ଏବଂ ଉପଲବ୍ଧତା ବୃଦ୍ଧି କରିବ ବୋଲି ସେ କହିଥିଲେ। ଏଥିସହିତ ନିଷ୍ଠା ଶିକ୍ଷକ ପ୍ରଶିକ୍ଷଣ ମଡ୍ୟୁଲ ଓ ଘରୋଇ କମ୍ପାନିଦ୍ୱାରା…
