Author: Purva Paksha

One  nation one election bill: ଏହି ବିଲ୍ ପାରିତ କରିବା ପାଇଁ ଅତି କମରେ ଦୁଇ ତୃତୀୟାଂଶ ଭୋଟ୍ ଆବଶ୍ୟକ ହେଉଥିବାବେଳେ ଏନଡିଏ ପାଖରେ କେବଳ ସରଳ ସଂଖ୍ୟାଗରିଷ୍ଠତା ରହିଛି। ଏହି ପ୍ରସଙ୍ଗରେ କମିଟିକୁ ୪୭ଟି ଦଳର ମତାମତ ଦିଆଯାଇଥିଲା। ବିରୋଧୀ ଦଳଗୁଡ଼ିକର ତୀବ୍ର ବିରୋଧ ମଧ୍ୟରେ କେନ୍ଦ୍ର ସରକାର ମଙ୍ଗଳବାର (୧୭ ଡିସେମ୍ବର ୨୦୨୪) ନିମ୍ନ ସଦନ (ଲୋକସଭା)ରେ ଏକ ଦେଶ ଏକ ନିର୍ବାଚନ ବିଲ୍ ଆଗତ କରିଛନ୍ତି। ଏହାକୁ ବ୍ୟାପକ ବିଚାର ବିମର୍ଶ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯିବ ବୋଲି ସରକାର କହିଛନ୍ତି। ୪୭ଟି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାମନାଥ କୋବିନ୍ଦ କମିଟିକୁ ନିଜର ମତାମତ ଦେଇଛନ୍ତି। ସେଥିମଧ୍ୟରୁ ୩୨ଟି ଦଳ ଏହାକୁ ସମର୍ଥନ କରିଥିବାବେଳେ ୧୫ଟି ଦଳ ଏହାକୁ ବିରୋଧ କରିଥିଲେ। ସଂସଦରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ୍ ମେସିନ୍ ଜରିଆରେ ମତଦାନ ହୋଇଥିଲା ବିଜେପି ନେତୃତ୍ୱାଧୀନ ସରକାର ଏହି ବିଲ୍…

Read More