Author: Purva Paksha

ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର ୨୦୨୪ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାରଙ୍କୁ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଆମେରିକାରେ ଅବସ୍ଥାପିତ ମହାରାଷ୍ଟ୍ର ଫାଉଣ୍ଡେସନ ଦ୍ୱାରା ପ୍ରତିବର୍ଷ ଏକ ଲକ୍ଷ ଟଙ୍କା ସହ ସ୍ମାରକ ଚିହ୍ନ ଦେଶରେ ସମାଜ ସଂସ୍କାର ପାଇଁ କାମ କରୁଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ଆସନ୍ତା ଜନୁୟାରୀ ୧୮ ତାରିଖରେ ପୁନେ ସହର ର ଏସ.ଏମ. ଯୋଶୀ ଅଡିଟୋରିୟମଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ଶ୍ରୀ ସୁତାରଙ୍କୁ ସମ୍ବର୍ଦ୍ଧିତ କରାଯିବ। କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ବୈଜ୍ଞାନିକ ମାନସିକତା ପ୍ରସାର ପାଇଁ କାମ କରୁଥିବା କେରଳ ଶାସ୍ତ୍ର ସାହିତ୍ୟ ପରିଷଦ, ଅଲ ଇଣ୍ଡିଆ ପିପୁଲ୍ସ ସାଇନ୍ସ ନେଟୱର୍କ ଭଳି ସଂଗଠନ ଏବଂ ତାମିଲନାଡୁ ପେରିୟାର ମାନିଆମାଇ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜିର ଚାନ୍ସେଲର ବିଶିଷ୍ଟ ସଂସ୍କାରକ ଡ. କେ. ବିରମଣିଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ପୂର୍ବରୁ ଏହି ମର୍ଯ୍ୟାଦାଜନକ…

Read More