Author: Purva Paksha

VK Pandian : ଶ୍ରୀ ପାଣ୍ଡିଆନ ଲେଖିଛନ୍ତି, ‘ଭୁଲ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା। ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଆ କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ।’ ଏକଦା ବିଜେଡି ସରକାର ସମୟରେ ଅଯାଚିତ କ୍ଷମତାର ଉପସର୍ଗ ସାଜିଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍‍ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଅବଶ୍ୟ ତାଙ୍କ ଭୁଲ୍‍ କ’ଣ ତାହାକୁ ସ୍ପଷ୍ଟ କରି ନାହାନ୍ତି କିନ୍ତୁ କହିଛନ୍ତି, ‘ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା।’ ପାଣ୍ଡିଆନ୍‍ଙ୍କ ଏହି ଉକ୍ତିଟିରେ କ୍ଷମା ଶବ୍ଦ ଥିଲେ ମଧ୍ୟ ତାଙ୍କ ଆନ୍ତରିକତା ରହିଥିଲାପରି ମନେ ହେଉ ନାହିଁ। ସୋସିଆଲ୍‍ ମିଡିଆରେ କାର୍ତ୍ତିକ ପାଣ୍ଡିଆନ୍‍ ନାଁରେ ତାଙ୍କ ଫଟୋ ଥାଇ ଏକ ଆଇଡି ପରିଚାଳିତ ହେଉଛି। ଏହା…

Read More