Author: Purva Paksha

Manmohan Singh : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥନୀତିଜ୍ଞ ତଥା ବିଶିଷ୍ଟ ଶିକ୍ଷାବିତ୍‍ ମନମୋହନ ସିଂହଙ୍କ ନିଧନ ଏକ ଅପୂରଣୀୟ କ୍ଷତି। ୧୯୩୨ ମସିହାରେ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ମନମୋହନ ସିଂହ, ତାଙ୍କ ଶିକ୍ଷାର ଆରମ୍ଭ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ହୋଇଥିଲା। ପରେ ସେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ କ୍ୟାବିନେଟରେ ତାଙ୍କୁ ଅର୍ଥମନ୍ତ୍ରୀଭାବେ ନିଯୁକ୍ତ କରାଯାଇଥିଲା। ସେ ଏକ ବୈପ୍ଳବିକ ଅର୍ଥନୀତିକ ସଂସ୍କାର ଆଣି, ଦେଶକୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିଥିଲେ। ତାଙ୍କର ଏହି ଉଦ୍ୟମ ଭାରତକୁ ବିଶ୍ୱ ଦରବାରରେ ଅର୍ଥନୀତିର ଦୃଢ଼ ପ୍ଲାଟଫର୍ମ ତିଆରି କରିଦେଇଥିଲା। ୨୦୦୪ରେ, ଯୁପିଏର କ୍ଷମତାରୋହଣ ପରେ ମନମୋହନ ସିଂହ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଦଶବର୍ଷ…

Read More