Author: Purva Paksha

Kalahandi : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର କଳାହାଣ୍ଡି ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଜଳ ଓ ସମ୍ବଳର ଅଭାବ ସତ୍ତ୍ୱେ ସଫଳତାର ଏକ ନୂଆ କାହାଣୀ ଲେଖୁଛି । ମୁଁ ଆପଣଙ୍କୁ ଓଡ଼ିଶାର କଳାହାଣ୍ଡିର ଏକ ପ୍ରୟାସ ବିଷୟରେ କହିବାକୁ ଚାହୁଁଛି – ‘ପନିପରିବା ବିପ୍ଳବ’ ଯେଉଁଠାରେ ଏକଦା କୃଷକମାନେ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲେ; ଆଜି କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକ ଏକ ପରିବା ହବରେ ପରିଣତ ହୋଇଛି। ମାତ୍ର ୧୦ ଜଣ କୃଷକଙ୍କୁ ନେଇ ଏହା ଆରମ୍ଭ ହୋଇଥିଲା। ଏହି ଗୋଷ୍ଠୀ ମିଳିତଭାବେ ଏକ ଏଫପିଓ- ‘କିଷାନ ଉତ୍ସ ସଂଘ’ ପ୍ରତିଷ୍ଠା କରିଥିଲେ, ଚାଷରେ ଆଧୁନିକ ଜ୍ଞାନକୌଶଳବ୍ୟବହାର ଆରମ୍ଭ କରିଥିଲେ ଏବଂ ଆଜି ସେମାନଙ୍କ ଏଫ୍ପିଓ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି। ଆଜି ୪୫ ଜଣ ମହିଳା କୃଷକଙ୍କ ସମେତ ୨୦୦ରୁ ଅଧିକ କୃଷକ ଏହି ଏଫପିଓ ସହ ଜଡ଼ିତ ଅଛନ୍ତି। କଳାହାଣ୍ଡିର ଏହି ସଫଳତା…

Read More